Posts

Showing posts from May, 2021

ଗୋପବନ୍ଧୁ ଚୌଧୁରୀ – ଏକ ବିରଳ ବ୍ଯକ୍ତିତ୍ବ

Image
  ଗୋପବନ୍ଧୁ ଚୌଧୁରୀ – ଏକ ବିରଳ ବ୍ଯକ୍ତିତ୍ବ ଦେବେନ୍ଦ୍ର ନାଥ ରାଉତ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଗୌରବ ଗାଥା ଆଲୋଚନା ହେଲେ ଯେଉଁ କେତେଜଣ ମହାମନୀଷୀଙ୍କ ନାମ ସମ୍ମାନର ସହିତ ନିଆଯାଏ ସେମାନଙ୍କ ମଧ୍ୟରୁ ଗୋପବନ୍ଧୁ ଚୌଧୁରୀଙ୍କ ନାମ ଅନ୍ୟତମ| ସମସ୍ତ ଭୋଗ ବିଳାଶକୁ ତ୍ୟାଗକାରୀ ଗାନ୍ଧୀବାଦକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ପଦପଦବୀ ଠାରୁ ନିଜକୁ ଦୂରେଇ ରଖି ଏକ ଋଷି ପ୍ରତିମ ଜୀବନର ବିରଳ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ଓଡ଼ିଶାର ସାବରମତୀ ‘ଅଳକା ଆଶ୍ରମର’ର ସନ୍ଥ ଗୋପବାବୁ| ସେ ଏକାଧାରରେ ଜଣେ ଗାନ୍ଧୀବାଦୀ,ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସମାଜ ଚିନ୍ତକ, ଲେଖକ ଓ ମାନବ ବାଦର ଧ୍ଵଜାବାହକ ବ୍ଯକ୍ତିତ୍ବ ଥିଲେ | ୮ ମଇ ୧୮୯୫ ରେ ଅଭିବକ୍ତ କଟକ ଜିଲ୍ଲା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଖେରାସର ଜମିଦାର ପରିବାରେରେ ସେ ଜନ୍ମ ଗ୍ରହଣ କରିଥିଲେ| ଜଣେ ଜଣାଶୁଣା ଓକିଲ, ଉତ୍କଳ ସମ୍ମିଳନୀର ନେତା ତଥା କଟକ ଜିଲ୍ଲା ବୋର୍ଡର ଉପାଧ୍ୟକ୍ଷ ଗୋକୁଲାନନ୍ଦ ଚୌଧୁରୀଙ୍କ ପୁତ୍ରଭାବରେ ସେ ଜନ୍ମ ଗ୍ରହଣ କରିଥିଲେ| ସେ କଲିକତା ବିଶ୍ୱବିଦ୍ୟାଳୟର ପ୍ରେସିଡେନ୍ସି କଲେଜରୁ ଗଣିତରେ ଏମଏ ୧୯୧୪ ମସିହାରେ ଏବଂ ସେହି ସମାନ ବିଶ୍ୱବିଦ୍ୟାଳୟର ପ୍ରାଥମିକ ଆଇନ ୧୯୧୭ ମସିହାରେ ଶିକ୍ଷା ସମାପନ କରି ବ୍ରିଟିଶ ସରକାରରେ ଜଣେ ଡେପୁଟି ମାଜିଷ୍ଟ୍ରେଟ୍ ଭାବରେ କଟକ ଠାରେ ୧୯୧୭ ମସିହାରେ ସେବାରେ ଯୋଗ ଦେଇଥିଲେ | ୧୯୨୧ ମସିହାର