Posts

Showing posts from March, 2022

ସ୍ବାଭିମାନର ଅନ୍ତଃସ୍ବର ଆମ ମାତୃଭାଷା

Image
  ସ୍ବାଭିମାନର ଅନ୍ତଃସ୍ବର ଆମ ମାତୃଭାଷା ଦେବେନ୍ଦ୍ର ନାଥ ରାଉତ ୨୦୧୩ ମସିହାର ଏପ୍ରିଲ ଏକ ତାରିଖ, ଉତ୍କଳ ଦିବସ ଅବସରରେ ଦିଲ୍ଲୀର ଏକ ଓଡିଆ ଅଧ୍ୟୁଷିତ ଅଞ୍ଚଳରେ ଆସ ଶିଖିବା ଆମରି ଭାଷା କାର୍ଯ୍ୟକ୍ରମର ନୂତନ କେନ୍ଦ୍ର ଉଦଘାଟନ ଅବସରରେ ଜଣେ ବଙ୍ଗାଳୀ ବନ୍ଧୁ ଆସିଥାନ୍ତି| ଆମର ଏହି ପ୍ରୟାସକୁ ଦେଖି ବହୁତ ପ୍ରଶଂସା କରିବା ସହିତ ଗୋଟିଏ ମତ ରଖିଥିଲେ, “ ଯେଉଁ ଭାଷାର ପ୍ରାଚୀନତା ଯେତେ ଅଧିକ ତାହା ଲୋକଙ୍କ ଦ୍ବାରା ସେତେ ଅଧିକ ଆଦୃତ, ଯେପରିକି ବଙ୍ଗଳା ଭାଷା ଏକ ଅତ୍ୟନ୍ତ ପୁରାତନ ଭାଷା ଯାହାର ଓଡିଆ ଓ ଆସାମୀୟ ଭାଷା ଉପଭାଷା ଅଟେ| ତେଣୁ ସର୍ବ ଭାରତୀୟ ସ୍ତରଠାରୁ ଆରମ୍ଭ କରି ଆଞ୍ଚଳିକ ସ୍ତରରେ ଏହି ଭାଷା ଅତ୍ୟନ୍ତ ପ୍ରିୟ| ” ଏଇ କେତେ ପଦ କଥା ସେଦିନ ମତେ ଅସହ୍ୟ ପୀଡା ଦେଇଥିଲା| ତାପରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟରେ ନିଜକୁ ସାମିଲ କରି ଅନ୍ୟ ଭାଷା ଅନୁରାଗୀଙ୍କ ସହିତ ବିଭିନ୍ନ ଆଲୋଚନା ଆଳରେ ଆମ ଭାଷାର ପ୍ରାଚୀନତା ଓ ବିଶାଳତା ହୃଦୟଙ୍ଗମ କରିବା ପରେ ସେଦିନର ସେ ଗ୍ଳାନି ମନରୁ ଆପେ ଆପେ ଦୂରେଇ ଯାଇଥିଲା| ୨୦୧୪ ମସିହା ଫେବୃଆରୀ ୨୦ ତାରିଖରେ ଶାସ୍ତ୍ରୀୟ ମାନ୍ୟତାର ସ୍ଵୀକୃତି ପାଇଁ ଗଠିତ କେନ୍ଦ୍ରୀୟ ଭାଷାକମିଟି ସମସ୍ତ ତଥ୍ୟକୁ ନିରୀକ୍ଷଣ କଲାପରେ ଭାରତ ସରକାରଙ୍କୁ ଓଡିଆ   ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ପରାମର୍ଶ ଦେବାପରେ ଆମେମାନେ